ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ସୁଆମ ନାଏକ ସାହିର ଏକ ଘର ଭିତରୁ ଜଣେ ୨୦ ବର୍ଷୀୟ ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି।ମୃତକ ହେଲେ ବଳଭଦ୍ର ନାଏକଙ୍କ ସାନ ପୁଅ ରଘୁ ନାଏକ।

ସୂଚନା ଅନୁସାରେ ଯୁବକ ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ତେବେ ଘର ଲୋକେ ସକାଳୁ ଉଠିବା ପରେ ରଘୁର ଝୁଲନ୍ତା ମୃତ ଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। ତେବେ ଆତ୍ମହତ୍ୟାର ସଠିକ କାରଣ ଜଣାପଡ଼ିନାହିଁ।