ସନ୍‌ରାଇଜର୍ସ ହାଇଦ୍ରାବାଦର ନୂଆ ଜର୍ସି ଉନ୍ମୋଚିତ

ହାଇଦ୍ରାବାଦ,ଏଜେନ୍ସି: ଆଗାମୀ ଆଇପିଏଲ୍ ୨୦୨୦ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ୍ ପକ୍ଷରୁ ଟିମ୍‌ର ନୂଆ ଜର୍ସି ଉନ୍ମୋଚିତ ହୋଇଛି। ଜର୍ସିର ଫଟୋ ଫ୍ରାଞ୍ଚାଇଜ୍‌ର ଟ୍ୱିଟର୍‌ରେ ଶେୟାର୍ କରାଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଚଳିତ ସଂସ୍କରଣରେ ମଧ୍ୟ ଟିମ୍ ପୂର୍ବପରି ନାରଙ୍ଗୀ ରଙ୍ଗର ଜର୍ସିରେ ହିଁ ପଡ଼ିଆକୁ ଓହ୍ଲାଇବ। ତେବେ ଜର୍ସିର ଡିଜାଇନ୍‌ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।

ଜର୍ସିରେ ଟିମ୍‌ର ଲୋଗୋ ବାମ ପଟକୁ ରଖାଯାଇଛି। ଶେୟାର୍ କରାଯାଇଥିବା ଜର୍ସି ସମ୍ପୂର୍ଣ୍ଣ ପ୍ଲେନ୍ ରହିଥିବା ବେଳେ ଏଥିରେ ଏବେ ବିଭିନ୍ନ କମ୍ପାନୀର ବିଜ୍ଞାପନ ସାମିଲ କରାଯିବ। ସୂଚନାଯୋଗ୍ୟ ଡେଭିଡ୍ ୱାର୍ଣ୍ଣର୍‌ଙ୍କ ନେତୃତ୍ୱରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଥରେ ମାତ୍ର ଆଇପିଏଲ୍ ଟ୍ରଫି ଜିତିବାରେ ସକ୍ଷମ ହୋଇଛି। ତେବେ ଚଳିତ ବର୍ଷ ଟିମ୍ ୱାର୍ଣ୍ଣର୍‌ଙ୍କୁ ରିଲିଜ୍ କରିଛି। ଅନ୍ୟପକ୍ଷରେ ଟିମ୍ କେନ୍ ୱିଲିୟମ୍‌ସନ୍‌, ଅବ୍‌ଦୁଲ୍ଲ ସମଦ ଓ ଉମ୍‌ରାନ୍ ମଲିକ୍‌ଙ୍କୁ ରିଟେନ୍ କରିଛି।