ବହୁ ଦିନପରେ ମୁହଁ ଖୋଲିଲେ ସୁମିତ୍, କହିଲେ ଆମଙ୍କୁ ବଦନାମ କରିଛି ତପସ୍ୱିନୀ

ବ୍ରହ୍ମପୁର,ଏନ୍‌ଏନ୍‌ଏସ୍‌: ତପସ୍ୱିନୀ ଦାସଙ୍କ ସ୍ୱାମୀ ତଥା ବାଲିସିରାରେ ଡାକ୍ତର ଭାବରେ କାର୍ଯ୍ୟ କରୁଥିବା ସୁମିତ୍‌ଙ୍କ ଦରମା ବର୍ତ୍ତମାନ ବନ୍ଦ ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମା ଶଙ୍କର ମିଶ୍ର ସୂଚନା ଦେଇଛନ୍ତି। କ୍ରମାଗତ ଭାବରେ ତାଙ୍କ ଛୁଟି ୧୦ ଦିନରୁ ଅଧିକ ହୋଇଥିବାରୁ ନିୟମ ଅନୁସାରେ ତାଙ୍କ ଦରମା ବର୍ତ୍ତମାନ ବନ୍ଦ ରହିଛି। ପୂର୍ବରୁ ସେ ଛୁଟି ନେଇଥିବା ବେଳେ ବର୍ତ୍ତମାନ ସେ ଡ଼ିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବାକୁ ଜଣାଇଥିଲେ। ନିୟମ ଅନୁସାରେ ୧୦ ଦିନ ସମୟରୁ ଅଧିକ ସମୟ ସେ ଛୁଟି ନେଇଥିବାର ତାଙ୍କ ଦରମାକୁ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଧ କରାଯାଇଛି। ସେ ପୁଣି ଯେବେଠୁ ନିଜ କାର୍ଯ୍ୟରେ ଯୋଗ ଦେବେ ସେହି ଦିନଠାରୁ ତାଙ୍କ ଦରମା ଆରମ୍ଭ ହେବ ବୋଲି ସୂଚନା ମିଳିଛି।

ଅନ୍ୟପକ୍ଷରେ ଡାକ୍ତର ସୁମିତ୍ ଗଣମାଧ୍ୟମକୁ ଆଜି ଏକ ଅଡ଼ିଓ ପ୍ରଦାନ କରିଛନ୍ତି। ସେ ସେଥିରେ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଫେରାର ହୋଇନାହାନ୍ତି, ତାଙ୍କ ସ୍ୱାସ୍ଥ୍ୟ ଅସୁସ୍ଥତା ଭଲ ନଥିବାରୁ ସେ ବିଶ୍ରାମ ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ଅସୁସ୍ଥତା ଥିବାରୁ ତପସ୍ୱିନୀ ଦାଶଙ୍କ ଉପସ୍ଥିତିରେ ବିଶ୍ରାମ ନେବାକୁ ଅସହଜମନେ କରିଥିବା କହିଛନ୍ତି। ଅସୁସ୍ଥ ଥିଲେ ମଧ୍ୟ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ତାଙ୍କ ସାଙ୍ଗ ସାଥୀଙ୍କ ଜରିଆରେ ଭଡା ଘର ଖୋଜୁଛନ୍ତି ବୋଲି କହିଛନ୍ତି। ଏହା ସହ ସେ ତାଙ୍କ ପତ୍ନୀ ତପସ୍ୱିନୀଙ୍କୁ ଅନୁରୋଧ କରିଛନ୍ତି, ସେ ଗଣମାଧ୍ୟମ ସାମ୍ନାରେ ତାଙ୍କୁ ଓ ତାଙ୍କ ପରିବାରକୁ ବଦନାମ କରନ୍ତୁ ନାହିଁ। ଲୋକଙ୍କ ସହାନୁଭୂତି ପାଇବା ପାଇଁ ତପସ୍ୱିନୀ ଗଣମାଧ୍ୟମ ଆଗରେ ସେମିତି କିଛି କୁହନ୍ତୁ ନାହିଁ। ଗତ ୯ ତାରିଖରେ ବ୍ରହ୍ମପୁର ଏସଡିଜିଏମ୍ କୋର୍ଟ ତପସ୍ୱିନୀଙ୍କ ପିଟିସନ ଉପରେ ଶୁଣାଣି କରି ଉଭୟ ସୁମିତ ଏବଂ ତପସ୍ୱିନୀଙ୍କୁ ଏକାଠି ଭଡାଘରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ୭ ଦିନ ମଧ୍ୟରେ ତପସ୍ୱିନୀଙ୍କ ନିମନ୍ତେ ତାଙ୍କୁ ଯାହା ଯାହା ସବୁ ସମସ୍ୟା ହୋଇଛି। ସେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁଙ୍କ ମାଧ୍ୟମରେ ବ୍ରହ୍ମପୁର ଏସ୍‌ଡିଜେଏମ୍ କୋର୍ଟକୁ ଜଣାଇ ସାରିଛନ୍ତି।

କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ ମୋର ଶରୀର ଅସୁସ୍ଥ ଥିବା ସତ୍ତ୍ୱେ ସମ୍ପର୍କୀୟ ଓ ବନ୍ଧୁଙ୍କ ଜରିଆରେ ତପସ୍ୱିନୀ ନିମନ୍ତେ ଘର ଖୋଜୁଛି। ଏହା ସହ ସେ ଗଣମାଧ୍ୟମ ସମ୍ମାନରେ ତାଙ୍କର ଓ ତାଙ୍କ ପରିବାରଙ୍କୁ ନେଇ ବଦନାମ ନକରାଯାଉ ବୋଲି ଅନୁରୋଧ କରିଛନ୍ତି। ଏହାକୁ ନେଇ ସ୍ତ୍ରୀ ତପସ୍ୱିନୀ କହିଛନ୍ତି, ତାଙ୍କୁ ବଦନାମ କରିନାହାନ୍ତି, କିମ୍ବା ସେ ତାଙ୍କ ସହ ଲଢ଼େଇ କରୁନାହାନ୍ତି। ସେ ତାଙ୍କ ସ୍ୱାମୀଙ୍କୁ ପାଇବା ନିମନ୍ତେ ତାଙ୍କ ଶ୍ୱଶୁର ପ୍ରମୋଦ କୁମାର ସାହୁଙ୍କ ସହ ଲଢ଼େଇ କରୁଛନ୍ତି। ମୋର ସହ ରହିବା ପାଇଁ ମୋର ସ୍ୱାମୀଙ୍କ ଇଚ୍ଛା ଥିବା ପରେ ମଧ୍ୟ ତାଙ୍କୁ ସେ ବାରଣ କରୁଛନ୍ତି। ତେବେ ମୁଁ ମୋର ସ୍ୱାମୀଙ୍କୁ ପାଇବା ନିମନ୍ତେ ତାଙ୍କ ସହ ଲଢ଼େଇ କରୁଛି ବୋଲି ସେ କହିଛନ୍ତି।