ବିବାହ ପାଇଁ ବରପାତ୍ର ଠିକ୍ କଲା ପରେ ଯୁବତୀଙ୍କ ଆତ୍ମହତ୍ୟା

ବଲା‌ଙ୍ଗିର, ଏନ୍ଏନ୍ଏସ୍ : ବୌଦ୍ଧ ଜିଲ୍ଲା ଘଣ୍ଟାପଡା ଥାନା କୁଲତାଯୋର ଗାଁର ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବତୀଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ମୃତ୍ୟୁ ଘଟିଛି । ମୃତ ଯୁବତୀ ଜଣକ ହେଲେ ପଞ୍ଚମୀ ଭୁଏ(୨୨) । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପଞ୍ଚମୀ ଦେହରେ କିରାସିନି ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ପରିବାର ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଅବସ୍ଥା ସଂକଟାପନ୍ନ ରହିଥିବାରୁ ତାଙ୍କୁ ବଲାଙ୍ଗିରକୁ ସ୍ଥାନାନ୍ତର କରାଯାଇଥିଲା । ଆଜି ସକାଳେ ଭୀମଭୋଇ ମେଡାକାଲ୍ କଲେଜ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଛି। ପଞ୍ଚମୀଙ୍କ ବିବାହ ପାଇଁ ପରିବାର ଲୋକେ ବରପାତ୍ର ଠିକ୍ କରିଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ତାଙ୍କ ମା’ ମାଳତୀ ଭୁଏ ପ୍ରକାଶ କରିଛନ୍ତି । ପ୍ରେମ ସଂପର୍କକୁ କେନ୍ଦ୍ର କରି ପଞ୍ଚମୀ ଆତ୍ମହତ୍ୟା କରିଥିବା ସନ୍ଦେହ ହୋଇଛି ।