ପୁଅର ଭୁଜାଲି ଚୋଟରରେ ବାପାର ମୃତ୍ୟୁ

କେନ୍ଦୁଝର, ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ମଦନପୁର ଗ୍ରାମରେ ପାରିବାରିକ କଳହରୁ ପୁଅର ଭୁଜାଲି ମାଡରେ ବାପାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ,ମଦନପୁର ଗ୍ରାମର ପ୍ରମୋଦ କୁମାର ଓଝାଙ୍କ ବଡପୁଅ ରଞ୍ଜନ କୁମାର ଓଝା ସୀମା ସୁରକ୍ଷା ବଳରେ ଅରୁଣାଚଳ ପ୍ରଦେଶରେ ସିପାହୀ ଭାବେ କାର୍ୟ୍ୟରତ ଥିଲେ । କିଛି ଦିନ ହେଲା ପାରିବାରିକ କଳହ ଲାଗି ରହିଥିବାରୁ ସେ ସପ୍ତାହେ ହେଲା ଛୁଟିରେ ଘରକୁ ଆସିଥିଲେ । ଆଜି ଘରୋଇ କଳହକୁ ନେଇ ପରିବାରରେ ଝଗଡା ହେବାରୁ ସେ ରାଗିଯାଇ ବାପା ପ୍ରମୋଦଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ଏହି ଗଣ୍ତଗୋଳରେ ସାନ ପୁଅ ବାସୁଦେବ ଓଝା ସମେତ ରଞ୍ଜନ ନିଜେ ମଧ୍ୟ ଗୁରୁତର ଆହତ ହୋଇ ପ୍ରଥମେ ସାଇଁକୁଳ ଏବଂ ପରେ କଟକ ସ୍ଥାନାନ୍ତର ହୋଇଥିବା ଜଣାପଡିଛି । ଖବର ପାଇ ରାମଚନ୍ଦ୍ରପୁର ଭାରାପ୍ରାପ୍ତ ଥାନାଧିକାରି ରାଜେନ୍ଦ୍ର ସ୍ବାଇଁ ଏବଂ ସାଇଁକୁଳ ଫାଣ୍ତି ଅଧିକାରୀ ଅଶୋକ ପହି ସାଇଁକୁଳ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।