ପ୍ରଥମେ କାହାକୁ ମିଳିବ କରୋନା ଟିକା

ନୂଆଦିଲ୍ଲୀ, ଏଜେନ୍ସି: କରୋନା ଭୂତାଣୁ ଯୋଗୁଁ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଛି। ଏହାର ଟିକା ବାହାର କରିବା ପାଇଁ ମେଡିକାଲ ଟିମ ଓ ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରୁଛନ୍ତି। ଆଉ କିଛିମାସ ପରେ ଭାରତରେ କରୋନା ଟିକା ଉପଲବ୍ଧ ହେବ। ତେବେ ଏଠାରେ ଏକ ବଡ ପ୍ରଶ୍ନ ଉଠୁଛି ଯେ, କରୋନା ଟିକା ପ୍ରଥମେ କାହାକୁ ମିଳିବ। ଏହାର ଜବାବ ରଖିଛନ୍ତି କେନ୍ତ୍ର ସ୍ୱାସ୍ଥ୍ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ।ସେ କହିଛନ୍ତି କରୋନା ଟିକା ସେହିମାନଙ୍କୁ ପ୍ରଥମେ ଦିଆଯିବ , ଯେଉଁମାନେ

ଭାଇରସକୁ ନେଇ ବ୍ୟବସାୟିକ ବିପଦକୁ ସାମ୍ନା କରୁଛନ୍ତି ଏବଂ  କରୋନା ଭାଇରସ ସହ ଲଢୁଛନ୍ତି। ସେ କହିଛନ୍ତି ମାର୍ଚ୍ଚ ପ୍ରଥମରୁ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ।