ମେ’ ରେ ହୋଇଥାନ୍ତା ବାହାଘର: ଯୁବକଙ୍କ ଆତ୍ମହତ୍ୟା

ସଇଁନ୍ତଳା,ଏନ୍ଏନ୍ଏସ୍: ନିର୍ବନ୍ଧ ସରିଥିଲା । ଦୁଇମାସ ପରେ ବାହାଘର ହୋଇଥାନ୍ତା । ହସଖୁସିରେ ପୂରି ଉଠୁଥିଲା ପରିବାର। ହେଲେ ଅଚାନକ କୌଣସି କାରଣରୁ ବେକରେ ଲଗାଇ ଆତ୍ମହତ୍ୟା କଲେ ଯୁବକ । ନୂଆବୋହୂ ଘରକୁ ଆଣିବା ବଦଳରେ ଶ୍ମଶାନକୁ ଗଲା ବର । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ଥାନା ବୁରୋଭାଡି ଗାଁରେ । ଶ୍ରମିକ ଭାବରେ କାମ କରୁଥିବା ସଚ୍ଚିଦାନନ୍ଦ ମାଝୀଙ୍କ ଆସନ୍ତା ମେ ୩ ତାରିଖରେ ବିବାହ ସ୍ଥିର ହୋଇଥିଲା। ହେଲେ ଆଜି ନିଜ ଚାଷ ଜମିର ଏକ ପଳାସ ଗଛରେ ବେକରେ ପିନ୍ଧା ଗାମୁଛାରେ ସଚ୍ଚିଦାନନ୍ଦ ଆତ୍ମହତ୍ୟା କରିଛନ୍ତି । ପୁଇଁନ୍ତଳା ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି । ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।