ଗତ ୨୪ ଘଣ୍ଟାରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୯୧ କରୋନା ସଂକ୍ରମିତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯୧ ଜଣ କରେନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟର ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩୩୫୬୬୦ରେ ପହଞ୍ଚିଛି।

ଆଜି ସମ୍ବଲପୁରରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୩, ବାଲେଶ୍ୱରରୁ ୧୨, ଖୋର୍ଦ୍ଧାରୁ ୧୧, ଭଦ୍ରକରୁ ୯, ଯାଜପୁରରୁ ୫, ଝାରସୁଗୁଡାରୁ ୪, ରାୟଗଡାରୁ ୪, କେନ୍ଦୁଝରରୁ ୩, ମୟୁରଭଞ୍ଜରୁ ୩, ପୁରୀରୁ ୩, ଦେବଗଡରୁ ୨, ଅନଗୁଳରୁ ୧, ବଲାଙ୍ଗିରରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୨ ଜଣ ସୁସ୍ଥ ହୋଇଛନ୍ତି।