Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୩୭ ଲକ୍ଷର ସୁନା ବିସ୍କୁଟ୍ ଜବତ, ୨ ଗିରଫ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୩୭ ଲକ୍ଷର ସୁନା ବିସ୍କୁଟ୍ ଜବତ, ୨ ଗିରଫ

କଟକ,ଏନ୍ଏନ୍ଏସ୍: ଦୀର୍ଘଦିନର ବ୍ୟବସାୟିକ ସମ୍ପର୍କ। ଏହାରି ମଧ୍ୟରେ ପୁରୁଣା ସୁନା ଅଳଙ୍କାର ବଦଳରେ ନୂଆ ସୁନା ଅଳଙ୍କାର ଯୋଗାଇ ବିଶ୍ୱାସ ଜନ୍ମାଇଥିଲେ। ଏହାପରେ ଠକେଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଥିଲେ। ଯୋଜନା ମୁତାବକ ସମ୍ପୃକ୍ତ ବ୍ୟବସାୟୀଙ୍କୁ ଫୋନ୍ କରି କଟକ ଡକାଗଲା। ଏଠାରେ ପହଞ୍ଚିବା ପରେ ସୁନା ବିସ୍କୁଟ୍ ପରୀକ୍ଷା କରିବା ବାହାନାରେ ଚମ୍ପଟ୍ ମାରିଥିଲେ ବ୍ରୋକର୍। ବ୍ୟବସାୟୀ ଜଣକ ବହୁ ଖୋଜା ଖୋଜି କରି କୌଣସି ଟେର ନପାଇବାରୁ ବାଧ୍ୟହୋଇ ଥାନାର ଦ୍ୱାରସ୍ଥ ହେଲେ। ପୁଲିସ ମାମଲାକୁ ଗୁରୁତର ସହ ତଦନ୍ତ କରିବା ସହ ଦୁଇଜଣ ଠକଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ସୁନା ବିସ୍କୁଟ୍ ଜବତ କରିଛି। ଏଭଳି ଘଟଣା ପୁରୀଘାଟ ଥାନା ଅଞ୍ଚଳରେ ନଜରକୁ ଆସିଛି।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ଦେବୀଦ୍ୱାରର ଜିତେନ୍ଦ୍ର ସାହୁ(୨୫) ଓ ବରି ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମେହେନ୍ଦିପୁରର ମୂଳବାସିନ୍ଦା ତଥା ଭଦ୍ରକ ଜିଲ୍ଲା ଅଗରପଡ଼ା ରଥଦାଣ୍ଡରେ ରହୁଥିବା ରାଜକିଶୋର ସାହୁ(୪୦) ଦୁଇଜଣ ଦଲାଲ ଅଟନ୍ତି। ସେମାନେ ବିଭିନ୍ନ ବ୍ୟବସାୟୀଙ୍କଠାରୁ ସୁନା ଅଲଙ୍କାର କିଣି ଅନ୍ୟ ବ୍ୟବସାୟୀମାନଙ୍କୁ ଯୋଗାଇଥାନ୍ତି। ବଦଳରେ ପୁରୁଣା ଅଳଙ୍କାର ମଧ୍ୟ ଗ୍ରହଣ କରନ୍ତି। ଜିତେନ୍ଦ୍ର ଓ ରାଜକିଶୋର ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାୟପୁର ସନ୍ତୋଷ କୁମାର ରଣାଙ୍କୁ ନିୟମିତ ଅଳଙ୍କାର ଯୋଗାଇଥାନ୍ତି। ଗତ ୯ ତାରିଖରେ ଉଭୟ ଟେଲିଫୋନ କରି ସନ୍ତୋଷକୁ ଡକାଇବାରୁ ସେ ତାଙ୍କ ସାଙ୍ଗ ସହ ୮୦୦ ଗ୍ରାମ୍ ଓଜନର ସୁନା ବିସ୍କୁଟ୍ ଧରି କଟକରେ ପହଞ୍ଚିଥିଲେ। ଉଭୟ ଜିତେନ୍ଦ୍ର ଓ ରାଜକିଶୋର ଦିନ ପ୍ରାୟ ସାଢେ ୧୧ଟାବେଳେ ତାଙ୍କୁ ଜାଉଁଳିଆପଟିର ନାକୋଡିଆ ହଲ୍ ମାର୍କିଂ ସେଣ୍ଟରକୁ ନେଇଥିଲେ। ସେଠାରୁ ନୂଆ ଅଳଙ୍କାର ଦେବା ପୂର୍ବରୁ ସେହି ସୁନାକୁ ପରୀକ୍ଷା କରିବା ନାମରେ ଫେରାର୍ ହୋଇଯାଇଥିଲେ। ସନ୍ତୋଷ ଓ ତା’ର ସାଙ୍ଗ ଦୀର୍ଘ ସମୟ ଅପେକ୍ଷା କରିବା ପରେ ସେମାନେ ରହୁଥିବା ସ୍ଥାନକୁ ଯାଇ ମଧ୍ୟ ପାଇନଥିଲେ। ଫଳରେ ଏନେଇ ଗତ ୧୧ ତାରିଖରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ ତଦନ୍ତ ଚଳାଇଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ଜିତେନ୍ଦ୍ର ଓ ରାଜକିଶୋରଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ଶନିବାର ସେମାନଙ୍କୁ ଗିରଫ କରାଯିବା ସହ ୮୦୦ ଗ୍ରାମ୍ ୩୩୦ ମିଲିଗ୍ରାମ୍ ଓଜନର ସୁନା ବିସ୍କୁଟ୍ ଜବତ କରାଯାଇଥିଲା। ଜବତ ସୁନାର ମୂଲ୍ୟ ୩୬ ଲକ୍ଷ ୯୭ ହଜାର ୫୨୪ ଟଙ୍କା ହେବ ବୋଲି ଜଣାପଡ଼ିଛି।