କୋରାପୁଟ,ଏନ୍ଏନ୍ଏସ୍: ପାରିବାରିକ ଅଶାନ୍ତି ଯୋଗୁଁ କୋରାପୁଟ ଟାଉନ୍ ଥାନା ଅଧୀନ ଅଶୋକ ନଗରର ରାମଚନ୍ଦ୍ର ପରିଚ୍ଛା(୫୫) କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି। ରାମଚନ୍ଦ୍ର ନିୟମିତ ମଦ୍ୟପାନ କରି ଘରକୁ ଆସୁଥିବାରୁ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ସବୁ ଦିନ ପାଟିତୁଣ୍ଡ ହେଉଥିଲା। ସୋମବାର ରାତିରେ ରମଚନ୍ଦ୍ର ପ୍ରଚୁର ଭାବେ ମଦ ପିଇ ଘରକୁ ଫେରିଲା ପରେ ପୁଣି ଝଗଡ଼ା ହୋଇଥିଲା। ଏନେଇ ରାମଚନ୍ଦ୍ର ଘରେ ଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲ୍ କଲେଜ୍ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ହୋଇଛି।