ଦିବ୍ୟାଙ୍ଗ ସୁଷମାଙ୍କ ପାଖରେ ପହଞ୍ଚିଲେ ଡାକ୍ତର

ବରଗଡ଼, ଏନ୍ଏନ୍ଏସ୍: ଅର୍ଥାଭାବ ଯୋଗୁଁ ଦିବ୍ୟାଙ୍ଗ ସ୍ତ୍ରୀର ଚିକିତ୍ସା କରି ପାରୁନାହାନ୍ତି ଅତାବିରା ବ୍ଲକ୍ ଡଡଙ୍ଗାପାଲିର ଦିବ୍ୟାଙ୍ଗ ଅଜିତ ଜାଲ । ଏନେଇ ମଙ୍ଗଳବାର ସମାଜସେବୀ ତଥା ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ଡାକ୍ତର ସୁସ୍ମିତା ଦାଶ ଡଡଙ୍ଗାପାଲିରେ ପହଞ୍ଚି ସୁଷମାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏହାସହ ପ୍ରୋଟିନ ପାଉଡର ଏବଂ କିଛି ଆର୍ଥିକ ସହଯୋଗ କରିଥିଲେ। ସେହିପରି ଶିଶୁଟି କିପରି ସୁସ୍ଥ ଏବଂ ସୁରକ୍ଷିତ ଜନ୍ମ ହୋଇପାରିବ ସେଥିପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ଡାକ୍ତର ଦାଶ ପ୍ରତିଶ୍ରୁତି ଦେଇଥିଲେ । ସୂଚନା ଯୋଗ୍ୟ ଯେ, ଅତାବିରା ବ୍ଲକ୍ ଡଡଙ୍ଗାପାଲିର ଅଜିତ ଏବଂ ସୁଷମା ଦେଖିପାରୁ ନାହାନ୍ତି । ସ୍ତ୍ରୀ ସୁଷମା ଗର୍ଭବତୀ ଥିବାବେଳେ ଅର୍ଥାଭାବ ଯୋଗୁଁ ଅଜିତ ଠିକ୍ ଭାବରେ ଡାକ୍ତରୀ ପରାମର୍ଶ କରିପାରୁନାହାଁନ୍ତି। ଯାହାକୁ ନେଇ ଚିନ୍ତିତ ଥିବାବେଳେ ସମାଜସେବୀ ଡାକ୍ତର ଦାଶ ଏନେଇ ଜାଣିବା ପରେ ସହଯୋଗର ହାତ ବଢ଼ାଇଛନ୍ତି ।