ବାଙ୍କୀ : କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ଜଣେ ଯୁବତୀ ମହନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ। ପୋଲିସ ଓ ଦମକଳ ବାହିନୀର ମହାନଦୀରେ ଚାଲିଛି ଖୋଜାଖୋଜି । ଏ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ । ଘଟଣା ହେଉଛି ଯୁବତୀ ଜଣକ ସୁବର୍ଣ୍ଣପୁର ପଟୁ ଜାତମୁଣ୍ଡିଆ ଆଡକୁ ମୋବାଇଲ ଫୋନରେ ଗପି ଗପି ବ୍ରିଜ ଉପରେ ଚାଲିଚାଲି ଆସୁଥିବା ବେଳେ ହଠାତ ମହାନଦୀ ପାଣିକୁ ଡେଇଁ ପଡିଥିବା ଜଣେ ପ୍ରତ୍ୟେକ୍ଷ ଦର୍ଶୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ଖୋଜାଖୋଜି ଜାରି ରହିଛି । ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ଡମପଡା ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।