ପୋଖରୀରେ ବୁଡି ପ୍ରାଣ ହରାଇଲେ ୨ ମହିଳା

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ବେତନଟୀ ମୋରଡା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଏହି ଅଞ୍ଚଳର ଦୁଇ ଜଣ ମହିଳା ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି । ସୂଚନା ଅନୁଯାୟୀ, ଆଜି ଦିନବେଳେ ଦୁଇ ଜଣ ମହିଳା ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ଅସାବଧାନତା ବଶତଃ ସେମାନଙ୍କ ଗୋଡ ଖସି ଯାଇଥିଲା । ଫଳରେ ଉଭୟ ପାଣିରେ ବୁଡିଯାଇଥିଲେ । ତେବେ ମୃତକ ମହିଳା ଦ୍ୱୟ ମାକୁନ୍ଦ ଗ୍ରାମର ସାଲଗେ ହାଁସଦା ଓ ଯମୁନା ହାଁସଦା ବୋଲି ଜଣାପଡିଛି ।