ସଇଁନ୍ତଳା,ଏନ୍ଏନ୍ଏସ୍ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସିନେ୍ଧକେଲା ରାସ୍ତା ଆର୍ଶାତୁଲା ନିକଟସ୍ଥ ଦେହେଲି ଛକ ନକଟରେ ଅଜଣା ଗାଡ଼ି ଧକ୍କାରେ ଜଣକ ମୃତ୍ୟୁ ଘଟିଛି। ସମ୍ପୃକ୍ତ ବ୍ୟକ୍ତି ଜଣକ ଚାଳି ଚାଳି ସିନେ୍ଧକେଲା ଯାଉଥିବା ବେଳେ ପଛପଟୁ ଏକ ଗାଡ଼ି ଧକ୍କା ଦେଇ ଫେରାର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଉକ୍ତବ୍ୟକ୍ତି ଜଣଙ୍କ ମୃତ୍ୟୁ ଘଟିଛି । ଖବର ପାଇ ସିନେ୍ଧକେଲା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।