ନବ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର  

 ପାଟଣା, ଏନଏନଏସ: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ କୁଣ୍ଡୁଳା ପଞ୍ଚାୟତ ଫୁଲପାହାଡ଼ି ପଞ୍ଚାୟତ ଭାଲୁଘରା ସାହି ରେ ଘଟିଛି ଅଭାବନୀୟ ଘଟଣା । ସାହି ନିକଟ ରେ ଏକ ଗଛରେ ଜଣେ ନବ ବିବାହିତା ମହିଳା ଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତ ମହିଳା ଙ୍କ ପରିଚୟ ମିଳିନଥିବା ବେଳେ ସେ ନିଜ ପିନ୍ଧା ଲୁଗା କାନି କୁ ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ମହିଳା ଜଣଙ୍କ ୨ ମାସ ତଳେ ପ୍ରେମ ବିବାହ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଥିବା ବେଳେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହ ଘେରରେ ଅଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନଥିବାରୁ ଗ୍ରାମରେ ଉତ୍ତେଜନା ଲାଗିରହିଛି।