ଝାରସୁଗୁଡାରେ ୩୫୯ ପଜିଟିଭ ଚିହ୍ନଟ

ଝାରସୁଗୁଡା, ଏନ୍‌ଏନ୍‌ଏସ୍‌: ଝାରସୁଗୁଡା ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ପୁଣି ୨୫୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁୂଡା ପୌରପରିଷଦ ଅଂଚଳରୁ ୧୩୬ଜଣ, ବେଲପାହାଡ ପୌରପରିଷଦ ଅଂଚଳରୁ ୧୮ଜଣ, ବ୍ରଜରାଜନଗର ପୌରପରିଷଦରୁ ୨୭ଜଣ, ଝାରସୁଗୁଡା ବ୍ଲକରୁ ୫୯ଜଣ, ଲଖନପୁର ବ୍ଲକରୁ ୪୭ଜଣ, ଲଇକେରା ବ୍ଲକରୁ ୩୨ଜଣ, କୋଲାବିରା ବ୍ଲକରୁ ୧୪ଜଣ, କିର୍ମିରା ବ୍ଲକରୁ ୨୨ ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଅନ୍ୟପଟେ ଝାରସୁଗୁଡାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାବେଳେ ସମସ୍ତେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।
ପ୍ରକାଶଯୋଗ୍ୟ ଯେ, ଜିଲ୍ଲାରେ ଏପର୍ଯ୍ୟନ୍ତ ୧୧ହଜାର ୬ଶହ ୬୬ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯ହଜାର ୧ଶହ ୫୪ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟପଟେ ଜିଲ୍ଲାରେ ଏବେ ୨ ହଜାର ୪ଶହ ୮୪ ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଏପର୍ଯ୍ୟନ୍ତ ୭୮ହଜାର ୮ଶହ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି ।