ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀଙ୍କ ଜେଲରେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଦୀପ ସେଠୀ ଜେଲରେ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହାକୁ ମିଶାଇ ସେ ୫ ଥର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୋମବାର ଝାରପଡା ଜେଲରେ ପୁଣି ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

ଏହା ପୂର୍ବରୁ ୨୦୨୦ରେ ସେ ଜେଲର ୱେଲ୍‌ ଫେୟାର ରୁମର ବାଥରୁମରେ ଥିବା ଇନଭଟର ତାରକୁ ବେକରେ ଗୁଡାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପ୍ରଦୀପଙ୍କ ମାନସିକ ସ୍ଥିତ ଖରାପ ଥିବାରୁ ସେ ଏମିତି କରୁଥାଇପାରନ୍ତି ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଚିଟଫଣ୍ଡ ଠକେଇ ମାମଲାରେ ଜମାକାରୀଙ୍କ ଠାରୁ ହଜାର ହଜାର ଟଙ୍କାର ଠକେଇ କରି ସେ ସଜ୍ଜା କାଟୁଛନ୍ତି। ମାନସିକ ଭାରସାମ୍ୟ ହରାଇ ବାରମ୍ବାର ଏଭଳି ଆତ୍ମହତ୍ୟା ଉଦ୍ୟମ କରୁଥାଇପାରନ୍ତି ବୋଲି ଜେଲ କର୍ତ୍ତୃପକ୍ଷ ମତ ପ୍ରକାଶ କରିଛନ୍ତି।