ବାଲୁକା କଳାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସାଲ୍ୟୁଟ

ପୁରୀ,ଏନ୍ଏନ୍ଏସ୍: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ। ଏନେଇ ସାରା ଦେଶ ଉତ୍ସବ ମୁଖର। ଏହି ଅବସରରେ ନେତାଜୀଙ୍କ ସ୍ମୃତିରେ ଏକ ବାଲୁକା ଚିତ୍ରକଳା ତିଆରି କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସେ ପୁରୀ ବେଳାଭୂମି ଠାରେ ଏକ ସୁନ୍ଦର ବାଲୁକା ଚିତ୍ରକଳା ତିଆରି କରିଛନ୍ତି। ଏହି ଚିତ୍ରକଳାର ଉଚ୍ଚତା ୭ ଫୁଟର ହୋଇଥିବାବେଳେ ଏଥିରେ ନେତାଜୀଙ୍କ ବାଲୁକା ପ୍ରତିକୃତି ସହ ଇଣ୍ଡିଆ ଗେଟ୍ ମଧ୍ୟ ଚିତ୍ରିତ ହୋଇଛି ଏବଂ ବୀରଙ୍କୁ ସାଲ୍ୟୁଟ ବୋଲି ନେତାଜୀଙ୍କ ଉଦ୍ଦେଶ୍ୟରେ ଲେଖାଯାଇଛି।