ସେନା ଗୁଳିରେ ଟଳିଲେ ୨ ଆତଙ୍କୀ, ଏନକାଉଣ୍ଟର ଜାରି

ଶ୍ରୀନଗର,ଏଜେନ୍ସି: ଲଗାତାର ସେନାକୁ ମିଳି ଚାଲିଛି ସଫଳତା। ଜମ୍ମୁ କାଶ୍ମୀରର ସୋପିଆନରେ ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି ସୁରକ୍ଷାବଳ। ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କାଶ୍ମୀର ଜୋର ପୁଲିସ। ବର୍ତ୍ତମାନ ମଧ୍ୟ ଉକ୍ତ ସ୍ଥାନରେ ଏନକାଉଣ୍ଟର ଜାରି ରହିଛି।

ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସୋପିଆନର କିଲବାଲ ଅଞ୍ଚଳରେ ଆତଙ୍କୀ ଗତିବିଧି ନେଇ ଗୁଇନ୍ଦା ସୂଚନା ମିଳିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷା ବଳ। ଫଳରେ ଆତଙ୍କବାଦୀ ଓ ସୁରକ୍ଷାବଳ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ପ୍ରଥମେ ଜଣେ ଆତଙ୍କୀଙ୍କୁ ନିପାତ କରିଥିଲା ସେନା। ଏହାପରେ ସ୍ଥାନୀୟ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି କରିଥିଲା। ଏହାପରେ ଆଉ ଜଣେ ଆତଙ୍କୀକୁ ସଫା କରିଥିଲା ସୁରକ୍ଷାବାହିନୀ। ସେଠାରେ ଆହୁରି ଆତଙ୍କୀ ଲୁଚି ରହିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ମଧ୍ୟ ଗୁଳିବିନିମୟ ଜାରି ରହିଥିବା କାଶ୍ମୀର ଜୋନାଲ ପୋଲିସ ଟ୍ବିଟ ଯୋଗେ ସୂଚନା ଦେଇଛି।

ମୃତ ଆତଙ୍କୀ ଦ୍ବୟ ହେଲେ ସମୀର ଅହମଦ ଶାହା ଓ ପୁଲୱାମାର ରହିଜ ଅହମଦ ମିର। ଆତଙ୍କୀ ସଂଗଠନ ଲସ୍କର-ଏ-ତାଇବା (ଏଜେନ୍ସି)ର ହୋଇଥିବା ଜଣାପଡିଛି। ଘଟଣାସ୍ଥଳରୁ ବିସ୍ଫୋରକ ସମେତ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ। ଏହାପୂର୍ବରୁ ଗତ ୧୨ ତାରିଖରେ କାଶ୍ମୀରର କୁଲଗ୍ରାମ ଅଞ୍ଚଳରେ ଏକ ଏନକାଉଣ୍ଟର ହୋଇଥିଲା। ଯେଉଁଥିଲେ ଜଣ ଆତଙ୍କୀ ନିପାତ ହୋଇଥିଲା। ଏନକାଉଣ୍ଟରେ ଜଣେ ବୀରଙ୍କୁ ହରାଇଥିଲା ଦେଶ। ନୂଆବର୍ଷରୁ ଆଜି ଯାଏଁ ମୋଟ ୧୩ଜଣ ଆତଙ୍କୀଙ୍କୁ ସଫା କରିଛି ସୁରକ୍ଷାବାହିନୀ।