ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ସଂକ୍ରମଣ ଦିନକୁ ଦିନ ନିମ୍ନଗାମୀ ଥିବା ବେଳେ ବର୍ତ୍ତମାନ ଏହା ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର ପାଲଟିଛି। ତେବେ ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି।
କହିବା ଅନୁସାରେ ଗତ୧୨ ତାରିଖ ଠାରୁ ସଂକ୍ରମଣ ଧିରେ ଧିରେ କମିବା ଆରମ୍ଭ କରିଛି। ଟେଷ୍ଟିଂ କମିନାହିଁ ,ଦୈନିକ ୭୦ ହଜାର ଉପରେ ଟେଷ୍ଟିଂ ରହିଛି।
ପିକ୍ ଛୁଇଁଛି କି ନାହିଁ ତାହା ଜାଣିବା ପାଇଁ ଏଥିପାଇଁ ଆଉ ୨ ରୁ ୪ ଦିନ ଅପେକ୍ଷା କରିବାକୁ ପଡ଼ିବ । ଦ୍ୱିତୀୟ ଲହର ଜୁଲାଇରେ କମିବ ବୋଲି ଆକଳନ କରିଛନ୍ତି। ଏହା ମଧ୍ୟ କୁହାଯାଇଛି ଯେ ଆମେ ଭଲ ସ୍ଥିତିରେ ବର୍ତ୍ତମାନ ଅଛୁ ,ପଜିଟିଭ୍ ଅପେକ୍ଷା ଗୁତୁତର ସଂଖ୍ୟା ମଧ୍ୟ କମ୍ ରହିଛି।