ରାମନାଗୁଡ଼ା,ଏନ୍ଏନ୍ଏସ୍: ଭାରତ ସରକାରଙ୍କ ଦୂର ସଞ୍ଚାର ନିଗମ ପକ୍ଷରୁ ଉପାନ୍ତବାସୀଙ୍କ ପାଇଁ ୪ଜି ମୋବାଇଲ ନେଟୱର୍କ ସେବା ଆରମ୍ଭ ହୋଇଛି । ସେଥିପାଇଁ ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ଗ୍ରାମରେ ୪ଜି ଟାୱାର ନିର୍ମାଣ ନିମନ୍ତେ ଜମି ଚିହ୍ନଟ ପ୍ରକିୟା ଆରମ୍ଭ ହୋଇଛି । ତେବେ ରାମନାଗୁଡ଼ା ବ୍ଲକର ସିକିଲା, ପାରିବି, ଢେପାଗୁଡ଼ା, ତୁମ୍ବାକଣା, ସୋରିଷପଦର, ଏଣ୍ଟିମୁନିଗାଁ, ନାରଙ୍ଗବାଡ଼ି ଓ ଟାସ୍କି ଆଦି ଗ୍ରାମରେ ଖୁବଶୀଘ୍ର ୪ଜି ସେବା ଆରମ୍ଭ କରିବାକୁ ବିଭାଗ ତରଫରୁ ଲକ୍ଷ୍ୟ ରଖାଯାଉଛି । ଏହି କ୍ରମରେ ଆଜି ବିଏସଏନଏଲ ଏବଂ ରାଜସ୍ୱ କର୍ମଚାରୀମାନେ ବିଭିନ୍ନ ଗ୍ରାମକୁ ଯାଇ ଜମି ଚିହ୍ନଟ କରିଥିଲେ । ଏହି ସମୟରେ ଗୁଣୁପୁର ଏସଡିଓ ଅଶୋକ କୁମାର ସାମନ୍ତରାୟ, ଅମିନ ରାମଲତା ମାଣ୍ଡାଙ୍ଗି ଓ ଭାରାକ୍ରାନ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀଙ୍କ ବିଭାଗୀୟ କର୍ମଚାରୀ ଜମି ଚିହ୍ନଟ କରିଥିବା ଜଣାପଡି଼ଛି ।