ନୂଆଦିଲ୍ଲୀ: ଚୀନରେ କମ୍ୟୁନିଷ୍ଟ ପାର୍ଟିର ୨୦ତମ କଂଗ୍ରେସରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ପୂର୍ବତନ ରାଷ୍ଟ୍ରପତି ହୁ ଜିନତାଓଙ୍କୁ ବୈଠକ ମଝିରେ ହିଁ ଜବରଦସ୍ତି ହାଥ ଧରି ଉଠାଇ ଦଆଯାଇଛି । ଉକ୍ତ ଭିଡିଓଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ହୁ ଜିନତାଓ ସେଠାରୁ ଯିବାକୁ ଚାହୁଁ ନଥିବା ମଧ୍ୟ ଏହି ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି ।
୭୯ ବର୍ଷୀୟ ହୁ ଜିନତାଓ ଗ୍ରେଟ ହଲର ଆଗଧାଡ଼ିରେ ବସିଥିଲେ । ଜିନତାଓଙ୍କ ଠିକ୍ ଆଗକୁ ସି ଜିନପିଙ୍ଗ ବସିଥିଲେ । କିଛି ସମୟ ଜିନତାଓ ସେଠାରେ ବସିବା ପରେ ତାଙ୍କୁ ଉଠାଇ ଦିଆଯାଇଥିଲା ।