ଗିଲଙ୍କୁ ଡେଙ୍ଗୁ

ନୂଆଦିଲ୍ଲୀ: ଭାରତୀୟ ଟିମ୍ ୱାର୍ଲ୍ଡକପ ୨୦୨୩ରେ ନିଜ ଅଭିଯାନର ଶୁଭାରମ୍ଭ ଅକ୍ଟୋବର ୮ ତାରିଖରେ କରିବ । ଏହି ମୁକାବିଲା ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଭାରତୀୟ ଟିମକୁ ଏହି ମ୍ୟାଚ ପୂର୍ବରୁ ଜୋରଦାର ଝଟକା ଲାଗିଛି । ଓପନର ଶୁଭମନ ଗିଲ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେଥିପାଇଁ ଗିଲଙ୍କ ପ୍ରଥମ ତଥା ଅଷ୍ଟ୍ରେଲିଆ ବିରୋଧୀ ମ୍ୟାଚ ଖେଳିବା ଅସମ୍ଭବ ହୋଇଯାଇଛି । ଗିଲଙ୍କ ଅନୁପସ୍ଥିତିରେ ଭାରତୀୟ ଟିମ ଲାଗି କେଏଲ ରାହୁଲ ଓ ଇଶାନ କିଷାନଙ୍କ ମଧ୍ୟରୁ କିଏ ଓପନିଂ କରିବ ସେନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।