ଇତିହାସ ରଚିଲେ ଏଚଏସ ପ୍ରଣୟ

ନୂଆଦିଲ୍ଲୀ: ଏସିଆନ ଗେମ୍ସ ୨୦୨୩ରେ ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ଏଚଏସ ପ୍ରଣୟ ଇତିହାସ ରଚିଛନ୍ତି । ଏସିଆନ ଗେମ୍ସ ଇତିହାସରେ ଦୀର୍ଘ ୪୧ ବର୍ଷ ପରେ ବ୍ୟାଡମିଣ୍ଟନ ଏକାକୀ ବର୍ଗରେ ପ୍ରଣୟ ପଦକ ଜିତିଛନ୍ତି । ପ୍ରଣୟଙ୍କୁ ଏହି ଇଭେଣ୍ଟରେ ବ୍ରୋଞ୍ଜ ପଦକ ମିଳିଛି ।

ଏଚଏସ ପ୍ରଣୟ ଜବରଦସ୍ତ ପ୍ରଦର୍ଶନ କରି ବ୍ୟାଡମିଣ୍ଟନ ପୁରୁଷ ଏକାକୀ ବର୍ଗରେ ସେମିଫାଇନାଲରେ ପ୍ରବେଶ କରିଥିଲେ । କିନ୍ତୁ ଏଠାରେ ତାଙ୍କୁ ଚୀନର ଲୀ ଶୀ ଫେଙ୍ଗଙ୍କଠାରୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ପ୍ରଣୟ ଏହି ସେମିଫାଇନାଲ ମୁକାବିଲା ୧୬-୨୧, ୯-୨୧ରେ ହାରିଥିଲେ । କିନ୍ତୁ ସେମିଫାଇନାଲରେ ପହଞ୍ଚିଥିବା ଯୋଗୁ ସେ ପୂର୍ବରୁ ହିଁ ବ୍ରୋଞ୍ଜ ମେଡାଲ କବଜା କରିଥିଲେ ।

ସୂଚନାଯୋଗ୍ୟ, ଏସିଆନ ଗେମ୍ସରେ ଏଚଏସ ପ୍ରଣୟ ଦ୍ୱିତୀୟ ଖେଳାଳି ଯିଏକି ଏକାକୀ ବର୍ଗରେ ପଦକ ହାସଲ କରିଛନ୍ତି । ଏହାପୂର୍ବରୁ ଭାରତର ସୟେଦ ମୋଦୀ ଏହି ଇଭେଣ୍ଟରେ ପଦକ ଜିତିଥିଲେ । ମୋଦୀ ୧୯୮୨ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।