ଏସସିବିରେ ଦିଆଯିବ ମ୍ୟୁଜିକ ଥେରାପି

କଟକ,ଏନ୍‌ଏନ୍‌ଏସ୍‌: କଟକ ଏସସିବି ମେଡିକାଲରେ ମ୍ୟୁଜିକ ଥେରାପି ଦିଆଯିବ । ଏନେଇ ମେଡିକାଲ ସ୍ୱାସ୍ଥ୍ୟ ବିକାଶ ସମିତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଗୁରୁତର ରୋଗୀଙ୍କଠାରେ ମ୍ୟୁଜିକ ଥେରାପି ଉପାଦେୟ ହେବା ନେଇ ଆଶା ରଖାଯାଇଛି । ଖୁବଶୀଘ୍ର ଟେଣ୍ଡର ଜରିଆରେ ଏକ ବେସରକାରୀ ସଂସ୍ଥାକୁ ଦାୟିତ୍ୱ ଦିଆଯିବ । ଏନେଇ ଏସସିବି ମେଡିକାଲ କଲେଜ ରେଜିଷ୍ଟ୍ରାର ଅବିନାଶ ରାଉତ ସୂଚନା ଦେଇଛନ୍ତି ।