ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

  • ବାରିପଦା: ଭିଡିଓ କନଫରେନ୍ସିଂ ମାଧ୍ୟମରେ ସୋମବାର ମୟୂରଭଞ୍ଜ ଜିଲ୍ଲାର ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ପ୍ରକଳ୍ପ ଜରିଆରେ କେନାଲ ସିଷ୍ଟମରୁ ୧୫,୩୫୯ ହେକ୍ଟର ଜମିକୁ ଜଳଯୋଗାଣ ହେବ। ଏହି ପ୍ରକଳ୍ପ ଦ୍ୱାରା ୫ଟି ବ୍ଲକର ୯୪ ଗ୍ରାମବାସୀ ଜଳସେଚନ ସୁବିଧା ପାଇବେ। ବାରିପଦା, ବେତନଟୀ, ମୋରଡ଼ା, ଶୁଳିଆପଦା, ରାସଗୋବିନ୍ଦପୁର ବ୍ଲକବାସୀ ଉପକୃତ ହେବେ।