Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ସବ୍‌ଜୁନିୟର ନ୍ୟାସନାଲ ବାସ୍କେଟବଲ ଚାମ୍ପିଅନ୍‌ସିପ୍‌: କ୍ୱାର୍ଟରରେ ତାମିଲନାଡ଼ୁର ଉଭୟ ବିଭାଗ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ସବ୍‌ଜୁନିୟର ନ୍ୟାସନାଲ ବାସ୍କେଟବଲ ଚାମ୍ପିଅନ୍‌ସିପ୍‌: କ୍ୱାର୍ଟରରେ ତାମିଲନାଡ଼ୁର ଉଭୟ ବିଭାଗ

କଟକ,ଏନ୍ଏନ୍ଏସ୍ସଂଘର୍ଷମୂଳକ ଖେଳ ପ୍ରଦର୍ଶନ କରି ତାମିଲନାଡୁ କଟକରେ ଚାଲିଥିବା ୪୬ତମ ନ୍ୟାସନାଲ ବାସ୍କେଟବଲ ଚାମ୍ପିଅନ୍‌ସିପ୍‌ରେ ଉଭୟ ବାଳକ ଓ ବାଳିକା ବିଭାଗ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ତାମିଲନାଡୁ ବ୍ୟତୀତ ବାଳକ ବିଭାଗରେ ହରିଆଣା, ଛତିଶଗଡ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ପଞ୍ଜାବ ମଧ୍ୟ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ସେହିପରି ମହିଳା ବିଭାଗରେ ମହାରାଷ୍ଟ୍ର, କର୍ଣ୍ଣାଟକ, ରାଜସ୍ଥାନ, ଦିଲ୍ଲୀ ଓ କେରଳ ମଧ୍ୟ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ବାକିଥିବା ଦୁଇଟି ଲେଖାଏଁ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଲାଗି ନିମ୍ନଭାଗରେ ସ୍ଥିର ହେବ। ଏହି ଭାଗରେ ଅନୁଷ୍ଠିତ ମ୍ୟାଚ୍‌ର ବାଳିକା ବିଭାଗରେ ଗୁଜୁରାଟକୁ ତେଲେଙ୍ଗାନା ଏବଂ ୱେଷ୍ଟବେଙ୍ଗଲକୁ ମଧ୍ୟପ୍ରଦେଶ ପରାସ୍ତ କରି ପ୍ରି- କ୍ୱାର୍ଟରଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏମାନେ ଉତ୍ତରପ୍ରଦେଶ ଓ ପଞ୍ଜାବ ସହ ମ୍ୟାଚ୍‌ ଖେଳିବେ। ଏହି ମ୍ୟାଚ୍‌ର ବିଜେତା ଦ୍ୱିତୀୟ କ୍ୱାର୍ଟର ଫାଇନାଲ ଲାଇନ୍ ଅପ୍ ଚୂଡାନ୍ତ କରିବେ।

ସେହିପରି ବାଳକ ବିଭାଗରେ ତେଲେଙ୍ଗାନାକୁ ମିଜୋରାମ ଏବଂ ଚଣ୍ଡିଗଡକୁ ମଧ୍ୟପ୍ରଦେଶ ପରାସ୍ତ କରି ପ୍ରି- କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଏମାନେ ଉତ୍ତରପ୍ରଦେଶ ଓ ବିହାର ସହ କ୍ୱାର୍ଟରଫାଇନାଲ ଲାଗି ମୁକାବିଲା କରିବେ। ଶୁକ୍ରବାର ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ବାଳିକା ବିଭାଗରେ ମହାରାଷ୍ଟ୍ର ଚମତ୍କାର ଖେଳ ପ୍ରଦର୍ଶନ କରି ୭– ୪୭ ପଏଣ୍ଟରେ କେରଳକୁ ହରାଇଥିଲା। ମହାରାଷ୍ଟ୍ର ପକ୍ଷରୁ ପ୍ରଗତି ୧୬ ଓ ଅନନ୍ୟା ୧୪ ପଏଣ୍ଟ ସ୍କୋର କରିଥିଲେ। ସେହିପରି ଗ୍ରୁପ୍- ଏ’ରେ କେରଳ ଓ ପଞ୍ଜାବ ମଧ୍ୟରେ ଜୋରଦାର ଲଢେଇ ହୋଇଥିଲା। ଏଥିରେ କେରଳ ୬୫- ୬୦ ପଏଣ୍ଟରେ ପଞ୍ଜାବକୁ ହରାଇବା ସହ ଗ୍ରୁପ୍‍ର ଶୀର୍ଷସ୍ଥାନ ହାସଲ କରିଥିଲା। ବିଜୟୀ କେରଳ ଦଳ ପକ୍ଷରୁ ମେଇଜା ଲୁଇସ୍ ସର୍ବାଧିକ ୨୧ ଓ ଆନ୍ନା ଫିଲିପ୍‌ ୧୬ ପଏଣ୍ଟ ସ୍କୋର କରିଥିଲେ। ଅନ୍ୟ ମୁକାବିଲାରେ ହିମାଚଳ ପ୍ରଦେଶ ୩– ୫ରେ ମିଜୋରାମ୍‌କୁ, ଚଣ୍ଡିଗଡ଼ ୧– ୮ରେ ଗୋଆକୁ, ଉତ୍ତରପ୍ରଦେଶ ୬– ୪୫ରେ ଛତିଶଗଡକୁ ଏବଂ ଦିଲ୍ଲୀ ୬– ୪୫ରେ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ବାଳକ ବିଭାଗରେ ମଧ୍ୟ ଲଢୁଆ ଖେଳ ଦେଖିବାକୁ ମିଳିଥିଲା।

ଗ୍ରୁପ୍- ଏ’ରେ ହରିଆଣା ଚମତ୍କାର ଖେଳ ପ୍ରଦର୍ଶନ କରି ଡିଫେଣ୍ଡିଂଚାମ୍ପିଅନ୍‌ ଉତ୍ତର ପ୍ରଦେଶକୁ ପରାସ୍ତ କରିଛି। ଏହି ମ୍ୟାଚ୍‌କୁ ହରିଆଣା ୭୬- ୨୫ ପଏଣ୍ଟରେ ଜିତିଥିଲା। ହରିଆଣା ପକ୍ଷରୁ କପିଳ ୨୦ ଓ ସନ୍ଦିପ ୧୮ ପଏଣ୍ଟ ସ୍କୋର କରିଥିଲେ। ଗ୍ରୁପ୍- ଏ’ରେ କ୍ରମାଗତ ବିଜୟ ସହ ହରିଆଣା ଶୀର୍ଷସ୍ଥାନ ଅଧିକାର କରିଛି। ଗ୍ରୁପ୍- ବି’ରେ ରାଜସ୍ଥାନ ୮– ୩୮ ପଏଣ୍ଟରେ ବିହାରକୁ ହରାଇ ଭଲ ଫର୍ମ ବଜାୟ ରଖିବାରେ ସମର୍ଥ ହୋଇଛି। ୱେଷ୍ଟ ବେଙ୍ଗଲ ୬୭- ୨୮ରେ ଗୋଆକୁ ହରାଇ ଶାନ୍ତନ୍ୱାମୂଳକ ବିଜୟ ହାସଲ କରିଛି। ଶନିବାର ଅବଶିଷ୍ଟ ପ୍ରି- କ୍ୱାର୍ଟର ଫାଇନାଲ ସହ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯିବ ବୋଲି ଆୟୋଜକ ଓଡ଼ିଶା ବାସ୍କେଟବଲ ଆସୋସିଏସନ ପକ୍ଷରୁ କୁହାଯାଇଛି।