Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଆଫଗାନିସ୍ତାନ ୩୪୨ ରନରେ ଅଲ୍ଆଉଟ୍ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଆଫଗାନିସ୍ତାନ ୩୪୨ ରନରେ ଅଲ୍ଆଉଟ୍

ଚିଟାଗଙ୍ଗ,ଏଜେନ୍ସି: ଘରୋଇ ବାଂଲାଦେଶ ଓ ଭ୍ରମଣକାରୀ ଆଫଗାନିସ୍ତାନ ମଧ୍ୟରେ ଚାଲିଥିବା ଏକମାତ୍ର ଟେଷ୍ଟର ପ୍ରଥମ ଇନିଂସ୍ରେ ଆଫଗାନିସ୍ତାନ ୩୪୨ ରନ୍ ସଂଗ୍ରହ କରି ଅଲ୍ଆଉଟ୍ ହୋଇଛି। ରହମତ୍ ଶାହ ଶତକ ଅର୍ଜନ କରିଥିବାବେଳେ ପୂର୍ବତନ ଅଧିନାୟକ ଅସଘର ଆଫଗାନ୍ ୯୨ ରନ୍ କରିଥିଲେ। ବାଂଲାଦେଶ ପକ୍ଷରୁ ତଇଜୁଲ ଇସ୍ଲାମ ସର୍ବାଧିକ ୪ଟି ୱିକେଟ୍ ହାସଲ କରିଥିଲେ। ଏହି ମ୍ୟାଚର ପ୍ରଥମ ଦିନର ଖେଳରେ ୫ ୱିକେଟ୍ ହରାଇ ୨୭୧ ରନ୍ ସଂଗ୍ରହ କରି ମଜଭୁତ ସ୍ଥିତିରେ ରହିଥିଲା। ଦ୍ୱିତୀୟ ଦିନରେ ଅଧିନାୟକ ରଶିଦ୍ ଖାନ୍ଙ୍କ ୫୧ ଓ ୱିକେଟ୍ କିପର ଅଫସର ଜଜାଇ ୪୧ ରନ୍ ସଂଗ୍ରହ କରି ଦଳୀୟ ସ୍କୋରକୁ ୩୦୦ ରନ୍ ପାର କରାଇଥିଲେ।

ଆଫଗାନପକ୍ଷରୁ ଇବ୍ରାହିମ୍ ଜର୍ଡାନ୍ ଓ ଇସାନୁଲ୍ଲା ଇନିଂସ୍ ଓପନ୍ କରିଥିଲେ। ମାତ୍ର ୪୮ରନ୍ରେ ଏହି ଦୁଇ ୱିକେଟ୍ ଅକ୍ତିଆର କରି ବାଂଲାଦେଶ ବୋଲର ତଇଜୁଲ ଘରୋଇ ଦଳ ପାଇଁ ସଫଳତା ଆଣିଥିଲେ। ଇବ୍ରାହିମ ୨୧ ଓ ଇସାନୁଲ୍ଲା ୯ରନ୍ କରିଥିଲେ। ଦଳୀୟ ସ୍କୋର ୭୭ ରନରେ ଶାହିଦି(୧୪) ପାଭିଲିଅନ୍ ଫେରିଥିଲେ। ପରେ ଅସଘର ଆଫଗାନ୍ ଅପରାଜିତ ରହମତଙ୍କୁ ଉଚିତ ସହାୟତା ଦେଇଥିଲେ। ଉଭୟ ବାଂଲା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ପ୍ରଥମେ ରହମତ୍ ଓ ପରେ ଅସଘର ଅର୍ଦ୍ଧଶତକ ହାସଲ କରିଥିଲେ। ଚତୁର୍ଥ ୱିକେଟ୍ରେ ଏମାନେ ୧୨୦ ରନ୍ ସଂଗ୍ରହ କରିଥିଲେ। ଦଳୀୟ ସ୍କୋର ୧୯୭ ରନରେ ରହମତ୍ ୧୦୨ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପରେ ପୂର୍ବତନ ଅଧିନାୟକ ମହମ୍ମଦ ନବି ଡକ୍ ହୋଇଥିଲେ। ଦ୍ୱିତୀୟ ଦିନରେ ଅସଫର ପ୍ରଥମ ୱିକେଟ୍ ଭାବେ ଦଳୀୟ ସ୍କୋର ୨୭୮ ରନରେ ଆଉଟ୍ ହୋଇଥିଲେ। ପରେ ଅଫସର ଜଜାଇ ଓ ରଶିଦ୍ ଲଢ଼ୁଆ ଇନିଂସ୍ ଖେଳି ଦଳୀୟ ସ୍କୋରକୁ ବୃଦ୍ଧି କରିଥିଲେ। ଦଳୀୟ ସ୍କୋର ୨୯୯ ରନରେ ଜଜାଇ ଓ ୩୨୨ରେ କ୍ୱାଇସ୍ ଅହମ୍ମଦ ୯ ରନ୍ କରି ଆଉଟ୍ ହୋଇଥିଲେ। ୟମିନ୍ ଅହମ୍ମଦଜାଇ ଡକ୍ ହୋଇଥିବା ବେଳେ ରଶିଦ୍ ଅନ୍ତିମ ୱିକେଟ୍ ଭାବେ ପାଭିଲିୟନ୍ ଫେରିଥିଲେ। ବାଂଲା ପକ୍ଷରୁ ସକିବ ଅଲ୍ ହସନ୍ ଓ ନୟିମ ହସନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।