ବ୍ୟାସନଗର ଅଟୋନମସ କଲେଜ୍‌ରେ ଛାତ୍ରୀଙ୍କୁ ଅଧ୍ୟାପିକଙ୍କ ଅଶାଳୀନ ବ୍ୟବହାର, କାର୍ଯ୍ୟାନୁଷ୍ଠାନ ଦାବି

ଯାଜପୁର,ଏନ୍ଏନ୍ଏସ୍: ଯାଜପୁର ଜିଲ୍ଲା ବ୍ୟାସନଗର ଅଟୋନମସ କଲେଜ୍‌ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଜଣେ ଛାତ୍ରୀଙ୍କୁ ଗଲେଜର ଜଣେ ଅଧ୍ୟାପିକଙ୍କ ଅଶାଳୀନ ବ୍ୟବହାର ପାଇଁ ଉତ୍ତେଜନା ପ୍ରକାଶ ପାଇଥିବା ଜଣାପଡ଼ିଛି। ଛାତ୍ରଛାତ୍ରୀମାନେ କଲେଜ୍ ଆଗରେ ଧାରଣା ଦେଇ ସପୃକ୍ତ ଅଧ୍ୟାପିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଅଧ୍ୟକ୍ଷଙ୍କ ଅଫିସ୍ ଆଗରେ ପାଟିତୁଣ୍ଡ କରିବାରୁ ଘଟଣାସ୍ଥଳରେ ପୋଲିସ୍ ପହଂଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିଛି।