ନୂଆଦିଲ୍ଲୀ: ଶେହବାଜ୍ ସରିଫ ବିନା ପ୍ରତିଦ୍ୱନ୍ଦିତାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି । ଶେହବାଜଙ୍କ ସପକ୍ଷରେ ୧୭୪ଟି ଭୋଟ ଆସିଥିବା ନେଇ ବାଚସ୍ପତି ଅୟାଜ ସାଦିକ ଘୋଷଣା କରିଛନ୍ତି । ଅନ୍ୟପଟେ ଭୋଟିଂ ପ୍ରକ୍ରିୟାରେ ଇମ୍ରାନ ଖାନଙ୍କ ପାର୍ଟି ଭାଗ ନେଇ ନାହିଁ । ଶେହବାଜ୍ ସରିଫ ଭାରତ ସମୟ ଅନୁସାରେ ରାତି ପାଖାପାଖି ୮ଟା ୩୦ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଶେହବାଜ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ହେବେ ।
ସୂଚନାଯୋଗ୍ୟ, ଶେହବାଜ୍ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ । ଶେହବାଜ ପାକିସ୍ତାନ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ପଞ୍ଜାବର ୩ଥର ମୁଖ୍ୟମନ୍ତ୍ରୀ ରହିଛନ୍ତି ।