କୁଆଁପାଳ,ଏନ୍ଏନ୍ଏସ୍: ମାହାଙ୍ଗା ବ୍ଲକରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାରେ ବ୍ଲକ ସ୍ତରରେ ଚତୁର୍ଥ ସ୍ଥାନ ଅଧିକାର କରି ଗୋପାଳପୁର ପଂଚାୟତ ସ୍ଥିତ ବଙ୍ଗୀରାଜ ଗୋପାଳପୁର ସରକାରୀ ଉ.ପ୍ରା. ବିଦ୍ୟାଳୟର ଛାତ୍ରୀ ସୋନାଲୀ ଶ୍ୱେତାଲିନା ଦାଶ କୃତୀତ୍ୱ ଅର୍ଜନ କରିଥିବାରୁ ସ୍ଥାନୀୟ ଅଂଚଳରେ ଆନନ୍ଦ ପ୍ରକାଶ ପାଇଛି।
ତାଙ୍କର ପିତା ସୁଧାକର ଦାଶ ଓ ମାତା ରୋଜାଲିନ୍ ଦାଶ ଅଟନ୍ତି। ବଙ୍ଗୀରାଜ ଗୋପାଳପୁର ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ରାଉତରାୟ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରଚେଷ୍ଟା ଓ ଉଦ୍ୟମ ଫଳରେ ବିଦ୍ୟାଳୟର ଜଣେ ଛାତ୍ରୀ ବ୍ଲକ ସ୍ତରରେ କୃତୀତ୍ୱ ଅର୍ଜନ କରିଥିବାରୁ ଅଭିଭାବକ ମହଲରେ ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।