୮୦ଟି ବିମାନରେ ସ୍ୱଦେଶ ଫେରିବେ ଭାରତୀୟ: ୨୪ ମନ୍ତ୍ରୀଙ୍କୁ ଦିଆଗଲା ଦାୟିତ୍ୱ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ କିଛି ଦିନରେ ଅପରେସନ ଗଙ୍ଗା ଜରିଆରେ ୮୦ଟି ବିମାନ ୟୁକ୍ରେନକୁ ପଠାଯିବ । ଏହାଦ୍ୱାରା ଦ୍ରୁତ ଗତିରେ ଭାରତୀୟମାନେ ସ୍ୱଦେଶ ଫେରିପାରିବେ । ସେଥିପାଇଁ ସରକାର ୨୪ଟି ମନ୍ତ୍ରୀଙ୍କୁ ମଧ୍ୟ ଗୁରୁଦାୟିତ୍ୱ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟଙ୍କୁ ସ୍ୱଦେଶ ଆଣିବା ପାଇଁ ଆସନ୍ତା ମାର୍ଚ୍ଚର୍ ୧୦ ସୁଦ୍ଧା ୮୦ ବିମାନ ୟୁକ୍ରେନ ପଠାଯିବ । ଏଥିରେ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ, ସ୍ପାଇସ ଜେଟ୍‌, ଇଣ୍ଡିଗୋ, ବିସ୍ତାରା, ଗୋ ଏୟାର ଓ ବାୟୁସେନାର କିଛି ବିମାନ ସାମିଲ ରହିବ । ରୋମାନିୟା ରାଜଧାନୀ ବୁଖାରେଷ୍ଟରୁ ୩୫ ଓ ହଙ୍ଗେରୀ ରାଜଧାନୀ ବୁଡ଼ାପେଷ୍ଟରୁ ୨୮ ବିମାନ ଉଡ଼ାଣ ଭରିବ ।