ଜିଲ୍ଲାସ୍ତରୀୟ ସର୍ଗିଫୁଲରେ ପାରଦର୍ଶିତା ଦେଖାଇଲେ ଛାତ୍ରଛାତ୍ରୀ

ନବରଙ୍ଗପୁର,ଏନ୍‌ଏନ୍‌ଏସ: ଜିଲ୍ଲାସ୍ତରୀୟ ସାର୍ଗିଫୁଲ କାର୍ଯ୍ୟକ୍ରମ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଡା. କମଳଲୋଚନ ମିଶ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପଆରକ୍ଷୀ ଅଧିକ୍ଷକ ଡା. ଚନ୍ଦ୍ରଶେଖର ହୋତା, ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିହାଲ ଓ ସଂସ୍କୃତି ଅଧିକାରୀ ଘାସିରାମ ହରିଜନ ପ୍ରମୁଖ ମଞ୍ଚାସିନ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ବ୍ଲକର କୃତି ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଡାବୁଗାଁ ଉଚ୍ଚ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ମୋଟ ୧୪ଟି ପୁରସ୍କାର ପାଇ ଚାମ୍ପିୟାନ ହୋଇଛନ୍ତି । ଦଳଗତ ନୃତ୍ୟରେ ସନ୍ତୋଷପୁର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି । କୃତି ଛାତ୍ରଛାତ୍ରୀଙ୍କୁ ଉଦଯାପନି ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଏବଂ ଜିଲ୍ଲାପାଳ ଡା. କୋମଳ ଲୋଚନ ମିଶ୍ରଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ଶୁଭେନ୍ଦୁ ବେହେରା ଏବଂ ତ୍ରିପତି ମାଳି ପରିଚାଳନା କରିଥିବାବଳେ ଶିକ୍ଷକ ମନୋଜ କୁମାର ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ପ୍ରଶାସନିକ ଅଧିକାରୀ ସମେତ କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁ ଓ ସମାଜସେବୀ ବାଙ୍କବିହାରି ବିଷୋୟୀ ମଞ୍ଚାସିନ ଥିଲେ । ସର୍ଗିଫୁଲ କାର୍ଯ୍ୟକ୍ରମ ପରିଚାଳନାରେ ବରିଷ୍ଠ କିରାଣୀ ଜିତେନ୍ଦ୍ର ଚୌଧୁରୀ, ଶିକ୍ଷକ ସନ୍ତୋଷ ଷଡ଼ଙ୍ଗୀ, କାଳି କୀଙ୍କର ପଟ୍ଟନାୟକ, ସତ୍ୟ ପାତ୍ର, ଟି. ଶ୍ରୀକାନ୍ତ, ବଂଶୀଧର ରଥ ଓ ଫ୍ରାନସିସ ନାଗ ପ୍ରମୁଖ ସହଯୋଗ କରିଥିଲେ ।