ଇଣ୍ଡୋନେସିଆରେ ଭୂମିକମ୍ପ: ୨୦ ମୃତ ଓ ୩୦୦ ଆହତ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ରାଜଧାନୀ ଜକାର୍ତାରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି । ଫଳରେ ୨୦ଜଣଙ୍କର ମୃତ୍ୟୁ ଘଟିଛି ଓ ୩୦୦ଜଣ ଆହତ ହୋଇଛନ୍ତି । ଭୂମିକମ୍ପର କେନ୍ଦ୍ର ପଶ୍ଚିମ ଜାବାର ସିୟାନଜୁରରେ ୧୦ କିମି ଗଭୀରତା ଥିଲା ଏବଂ ସୁନାମିର କୌଣସି ସମ୍ଭାବନା ନଥିବା ପାଣିପାଗ ବିଭାଗ ସୂଚନା ଦେଇଛି ।