ପେଟ୍ରୋଲ ପମ୍ପରୁ ମୋଦିଙ୍କ ପୋଷ୍ଟର ହଟାଇଲା ଛାତ୍ର କଂଗ୍ରେସ

ବରଗଡ଼,ଏନ୍ଏନ୍ଏସ୍: ତୈଳଦର ବୃଦ୍ଧି ପ୍ରତିବାଦରେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ସହରର ସମସ୍ତ ପେଟ୍ରୋଲ ପମ୍ପରେ ଲାଗିଥିବା ମୋଦିଙ୍କ ପୋଷ୍ଟର ହଟାଯାଇଛି। ଆଗାମୀ ଦିନରେ ପେଟ୍ରୋଲ, ଡିଜେଲ, ଗ୍ୟାସର ଦାମ୍ ଯଦି କମ୍ କରାନଯାଏ ତାହାହେଲେ ଜିଲ୍ଲାର ସମସ୍ତ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ କଳାରଙ୍ଗ ଏବଂ କଳାବ୍ୟାଜ୍ ଦେଖାଇ ବିରୋଧ ପ୍ରଦର୍ଶନ କରାଯିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ କୁହାଯାଇଛି। ପ୍ରଦେଶ ଛାତ୍ର କଂଗ୍ରେସର ଅଭିଷେକ ନାୟକ, ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସର ଗୌରବ ପତି, ସୁବ୍ରତ ନାଏକ, ପିକୁନ ନାଏକ, ଅମିତ ନାଏକ, ଅଭିଳାଷ ପତି, ରାହୁଲ ବାରିକ, ସୋନୁ ପାଣିଗ୍ରାହୀ, ଗୋପାଳ ବାଗ, ଅଜୟ ମାଝୀ, ଆରୀୟନ ବାଗ, ରଞ୍ଜନ କୁମାର, ସୁରେଶ ଠାକୁର, ସନ୍ତୋଷ ସାହୁ, ମନୋଜ କୁମାର ମହାନନ୍ଦ, ଦେବାଶିଷ ପ୍ରଧାନ, ଅଜୟ ମେହେର ପ୍ରମୁଖ ଏଥିରେ ସାମିଲ ହୋଇଥିଲେ।