ମହାରାଷ୍ଟ୍ର ଫେରନ୍ତା ଦମ୍ପତି ପଜିଟିଭ ଚିହ୍ନଟ ପରେ କଣ୍ଟାକ୍ଟ ଟ୍ରେସିଂ କଲା ସ୍ୱାସ୍ଥ୍ୟ ବିଭାଗ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକକୁ ଗତ ୧୯ ତାରିଖ ଦିନ ମହାରାଷ୍ଟ୍ରରୁ ୍ର ଫେରିଥିବା ଦମ୍ପତି କରୋନା ପଜିଟିଭ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟବିଭାଗ ତରଫରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇଛି । ଉକ୍ତ ଦମ୍ପତି ଗତ ୧୯ ତାରିଖ ଦିନ ଫେରିଥିବା ବେଳେ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପରୀକ୍ଷା ପରେ ପ୍ରଥମେ ପତ୍ନୀ ପଜିଟିଭ ଚିହ୍ନଟ ହେବାପରେ ସ୍ୱାମୀଙ୍କ ସ୍ୱାବ୍ ଟେଷ୍ଟ କରିବାରୁ ଉଭୟ ପଜିଟିଭ ଥିବା ଜଣାପଡ଼ିଛି। ଉଭୟଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଡ୍ରାଇଭରଙ୍କ ସମେତ ୮ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିବା ଉଦୟପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।