ଆମେରିକାରେ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼, ୬ ମୃତ

ଆମେରିକା: ଆମେରିକା ନିଉ ଜର୍ସିରେ କିଛି ଆତତାୟଙ୍କ ଗୁଳିମାଡରେ ପୁଲିସ ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ପୁଲିସର ପାଲଟା ଗୁଳିମାଡରେ ୨ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି। ତେବେ ଏହା ଆତଙ୍କବାଦୀ ଆକ୍ରମଣ ହୋଇନଥାଇପାରେ ବୋଲି ଆମେରିକା ବରିଷ୍ଠ ପ୍ରଶାସନ ସୂଚନା ଦେଇଛନ୍ତି।

ଏହି ଘଟଣା ସ୍କେୟାର୍ଡ ହାର୍ଟ ସ୍କୁଲ ନିକଟରେ ହୋଇଛି। କିନ୍ତୁ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ସୁରକ୍ଷିତ ଅଛନ୍ତି। ପ୍ରାୟ ୧ ଘଣ୍ଟା ଧରି ଗୁଳିମାଡ ହୋଇଥିଲା। ଗୁଳିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଏହି ଘଟଣା ପରେ ସାରା ହାଇ ଆଲର୍ଟରେ ଜାରି କରିଛି ଜର୍ସି ପୁଲିସ ବିଭାଗ।