୮ ଲକ୍ଷର ଧାନ ପୋଡିଗଲା

ବୌଦ୍ଧ,ଏନ୍ଏନ୍ଏସ୍ : ବୌଦ୍ଧ ଜିଲା କଣ୍ଟାମାଳ ଥାନା ସିନ୍ଦୂରପୁର ଗାଁରେ ଥିବା ଧାନ ଖଳାରେ ଥିବା ବିପୁଳ ପରିମାଣରେ ଧାନକୁ ଦୁର୍ବୃତ୍ତମାନେ ଜାଳି ଦେଇଥିବା ବୁଧବାର ଜଣାପଡ଼ିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୭ ଲକ୍ଷ ଟଙ୍କାର ଧାନ ଭସ୍ମ ହୋଇଯାଇଛି। ଖବର ପାଇ ୨ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିବା ସୂଚନା ମିଳିଛି।