ଡୁଙ୍ଗୁରିପାଳିରେ ସୋଲାର ପ୍ଲାଣ୍ଟ ନିର୍ମାଣ ପ୍ରସଙ୍ଗ, ଦ୍ଵିତୀୟ ଦିନରେ ପହଞ୍ଚିଲା ଧାରଣା

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ଡୁଙ୍ଗୁରିପାଲି ଓ ତେଣ୍ଡଲିପାଲି ଗାଁର ଗୋଚର ଜଙ୍ଗଲ ଜମିରେ ସୋଲାର ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଦୀର୍ଘ ଦିନ ହେବ ଆଦିବାସୀ ଓ ଗ୍ରାମବାସୀ ମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଆସୁଛନ୍ତି। କିଛି ଦିନ ହେବ ଆନ୍ଦୋଳନ ବନ୍ଦଥିବା ବେଳେ ଆଜି ପୁଣି ଥରେ ଦ୍ଵିତୀୟ ଦିନରେ ଜିଲ୍ଲା ଯୁବ କନ୍ଧ ସମାଜର ଉପ ସଭାପତି ଧନେଶ୍ୱର ମାଝୀଙ୍କ ନେତୃତ୍ୱରେ ଟିଟିଲାଗଡ଼ ଗରିବ ସେନା, ଦିନେସ ତାଣ୍ଡି, କୋଶଲ ମୁକ୍ତି ମୂର୍ଚ୍ଛା ଏବଂ ଗ୍ରାମବାସୀ ମାନେ ଆଦିବାସୀ ମାନଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ଧାରଣା ଦେଇଛନ୍ତି।