ବାଲିଗୁଡାରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଚୟନ ପ୍ରକ୍ରିୟା ଅନୁଷ୍ଠିତ

ବାଲିଗୁଡା,ଏନ୍‌ଏନ୍‌ଏସ୍‌: ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ କନ୍ଧମାଳ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶନିବାର ଦିନ ବାଲିଗୁଡା ବ୍ଲକ୍‌ କାର୍ଯାଳୟର ସଭାଗୃହ ମଧ୍ୟରେ କଳାକାର ଚୟନ ପ୍ରକ୍ରିୟା କନ୍ଧମାଳ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାଲିଗୁଡା ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତ ଏବଂ ବାଲିଗୁଡା ଏନଏସିରୁ ୧୪୬ ଜଣ କଳାକାର ସହାୟତା ଯୋଜନା ପାଇଁ ଆବେଦନ କରିଥିବା ବେଳେ ୯୫ ଜଣ କଳାକାର ଚୟନ ପ୍ରକ୍ରିୟାରେ ଅଂଶ ଗ୍ରହଣ କରିଥିଲେ।

ଏଥିରେ ବିଚାରକ ଭାବେ ବରିଷ୍ଠ କଳାକାର ରଞ୍ଜିତ ମୁଖି, କୁଇ ସଂସ୍କୃତି ଗବେଷକ ତଥା ପ୍ରବଚକ ବିଜେନ୍ଦ୍ର ପ୍ରଧାନ ଏବଂ ଲୋକକଳା ଗବେଷକ ମହେଶ୍ୱର ପ୍ରଧାନ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜ଼ିଲ୍ଲା ସଂସ୍କୃତି ସଂଘର ଉପ ସଭାପତି ଅକ୍ଷୟ କର୍ଣ୍ଣ, ବାଲିଗୁଡା ବ୍ଲକ୍‌ କଳା ସଂସ୍କୃତି ସଂଘର ଉପ ସଭାପତି ତଥା ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନା ପରିଚାଳନାରେ ସହଯୋଗ କରିଥିଲେ।