ବ୍ଲକ ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ବାଳିକା ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ଭୀମସେନ ଦେହୁରୀଙ୍କ ଅଧ୍ୟକ୍ଷତାରେ ଆଜି ବ୍ଲକ ସ୍ତରୀୟ ସୁନେତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଡିଓ ଚନ୍ଦ୍ରମଣି ନାଗ ଯୋଗ ଦେଇଥିବା ବେଳେ ଏବିଇଓ ମହାଦେବ ମିଶ୍ର, ଡ. ବିଶ୍ଵଜିତ ମିଶ୍ର, ଜିଲ୍ଲା ପରିଷଦ ପ୍ରମୋଦ ଭୋଇ, ଶିକ୍ଷକ ତପନ କୁମାର ଦାଶ(ସଭାପତି) ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏବିଇଓ ନାରାୟଣ ଭୋଇ କାର୍ଯ୍ୟକ୍ରମ ଉଦ୍ଦେଶ୍ୟରେ ସୂଚନା ଦେଇଥିଲେ। ଶିକ୍ଷକ କ୍ଷେତ୍ରପତି ଜାଲ ଅତିଥି ପରିଚୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୩୬୮ ଜଣ ଛାତ୍ରଛାତ୍ରୀ ନିଜ ନିଜ ଅଭିଭାବକ ଓ ଶିକ୍ଷକ ମାନେ ଉପସ୍ଥିତ ରହି ଚକ୍ଷୁ ପରୀକ୍ଷା କରାଇଥିଲେ। ଆଦିତ୍ୟ ରଣା, ଚିନ୍ତାମଣି ସାହୁ, ଅଗସ୍ତି ଦୀପ, ମନୋଜ ସାହୁ, ଗଣେଶ ତାଣ୍ଡି, ହିମାଂଶୁ ବେହେରା, ମନ୍ଦର ଧର ଦୀପ, ହରେକୃଷ୍ଣ ନାଗ, ଲକ୍ଷ ରାଜ ମେହେର, ଲବ ଦଣ୍ଡସେନା, ଉପେନ୍ଦ୍ର ବେହେରା, ଦୁର୍ଗା ସେଠ, ପ୍ରଦୀପ ନାଗ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରକାଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।