ନକଲି ଔଷଧ ବିକ୍ରି କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ସ୍ବାସ୍ଥ୍ୟ ମନ୍ତ୍ରୀ

କଟକ,ଏନ୍ଏନ୍ଏସ୍: ନକଲି ଔଷଧକୁ ନେଇ ବଢୁଛି ଚିନ୍ତା । ରୋଗ ଭଲ ହେବା ଅପେକ୍ଷା ବେଶୀ ହେବାର ସମ୍ଭାବନା ରହିଛି । ତେଣୁ ଏନେଇ ଆକ୍ସନ ମୁଡରେ କମିଶନରେଟ ପୋଲିସ । ଉତ୍ତରପ୍ରଦେଶ ଗୟାରୁ ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଥିଲା ପୋଲିସ । ତେବେ ଏନେଇ ବର୍ତ୍ତମାନ ସ୍ବାସ୍ଥ୍ୟବିଭାଗ କଡା ନଜର ରଖିଛି ।

ତେବେ ପ୍ରତି ଜିଲ୍ଲାରେ ଏବେ ନକଲି ଔଷଧକୁ ନେଇ ଜାରି ରହିଛି ଚଢଉ । ଯେଉଁଠାରେ ବି କିଛି ସୁରାଗ ମିଳୁଛି ସଙ୍ଗେ ସଙ୍ଗେ ଆକ୍ସନ ନେଉଛି ପୁଲିସ । ରାଜ୍ୟ ସରକାର କେବେ ବି ଏହି ଦିଗକୁ ପ୍ରୋତ୍ସାହନ ଦେଇ ନାହାଁନ୍ତି, ବରଂ ଏହାକୁ ମୂଳପୋଛ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ନକଲି ମେଡିସିନ ବିକ୍ରି, ଆମଦାନୀକୁ ନେଇ କେବେବି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ବର୍ଦାସ୍ତ କରିବନି । ତେଣୁ ଏନେଇ ସମ୍ପୁର୍ଣ୍ଣ ରୂପେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।