କରୋନା ବିରୋଧରେ ନୂଆ ରଣନୀତି: ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ମହାମନ୍ଥନ ଜାରି

ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ପ୍ରକୋପ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ବୈଠକ କରୁଛନ୍ତି। ଏହି ଅବସରରେ ଆଗାମୀ ଦିନରେ କିଭଳି କରୋନାକୁ ମୁକାବିଲା କରାଯିବ ସେନେଇ ରଣନୀତି ପ୍ରସ୍ତୁତ କରାଯିବ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଉପସ୍ଥିତ ଅଛନ୍ତି।

ଦିଲ୍ଲୀରେ ବଢ଼ୁଥିôବା ମାମଲାକୁ ନେଇ କେଜ୍ରିୱାଲଙ୍କ ସହ ମୋଦୀ ଆଲୋଚନା କରିଛନ୍ତି। ପ୍ରଦୂଷଣ ଯୋଗୁ ଦିଲ୍ଲୀରେ କରୋନା ମାମଲା ବଢ଼ୁଥିବା କଥା କେଜ୍ରିୱାଲ ପ୍ରକାଶ କରିଛନ୍ତି। ପଡ଼ୋଶୀ ରାଜ୍ୟ ଯୋଗୁ ଦିଲ୍ଲୀରେ କରୋନା ମାମଲା ବଢ଼ୁଛି । ଆଉ ଯଥାଶୀଘ୍ର କରୋନାକୁ କାବୁ କରାଯିବ ବୋଲି କେଜ୍ରିୱାଲ ଆଶା ପ୍ରକଟ କରିଛନ୍ତି।