ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଳ୍ପଦିନର ବ୍ୟବଧାନ ମଧ୍ୟରେ ବିଧାନସଭା ସମ୍ମୁଖରେ ପୁଣି ଏକ ଡ୍ରାମା ଦେଖିବାକୁ ମିଳିଛି। ନୟାଗଡ଼ର ଜଣେ ଦମ୍ପତିି ଡିଜେଲ୍ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଛନ୍ତି। ୫ ବର୍ଷ ଝିଅର ହତ୍ୟା ମାମଲାରେ ନ୍ୟାୟ ନ ମିଳିବାରୁ ଏଭଳି କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ ବେଳେ ଉଭୟଙ୍କୁ ପୁଲିସ କାବୁ କରିବାରେ ସଫଳ ହୋଇଛି। ପୁଲିସର କାବୁ ପରେ ଝିଅର ମୃତ୍ୟୁ ଘଟଣାରେ କେହି ଶୁଣୁନାହାନ୍ତି କି ବୁଝୁନାହାନ୍ତି, ଆମକୁ ନ୍ୟାୟ ମିଳୁ ବୋଲି ଦମ୍ପତ୍ତି କହିଛନ୍ତି।