ଦିନକରେ ୬୪୨ ନୂଆ କରୋନା ପଜିଟିଭ ଚିହ୍ନଟ : ୧୪ ମୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ୬୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୩୭୪ଜଣ ଓ ସ୍ଥାନୀୟ ସଂକ୍ରମଣ ୨୬୮ ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ଲକ୍ଷ ୫ହଜାର ୨୭୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେଉଁଝରରୁ ସର୍ବାଧିକ ୭୦, ନୂଆପଡ଼ାରୁ ୬୯, ସୁନ୍ଦରଗଡ଼ରୁ ୬୬, ଖୋର୍ଦ୍ଧାରୁ ୬୨, ଅନୁଗୁଳରୁ ୪୬, ମୟୁରଭଞ୍ଜରୁ ୪୧, କଟକରୁ ୨୬ ଓ ବାଲେଶ୍ୱର ଜିଲ୍ଲାରୁ ୨୫ ଜଣ ରହିଛନ୍ତି।

ଅନ୍ୟପଟେ କରୋନା ଯୋଗୁ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୧,୬୭୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୬ଲକ୍ଷ ୪୨ହଜାର ୪୦୭ ଜଣଙ୍କର କରୋନା ଟେଷ୍ଟ ହୋଇଥିବାବେଳେ ୩୧ଲକ୍ଷ ୫ହଜାର ୨୭୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସେଥିମଧ୍ୟରୁ ୩୦ଲକ୍ଷ ୬ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି, ୧, ୬୭୧ ଜଣଙ୍କର ମୃତ୍ୟୁ ଘଟିଛ ଓ ୬ହଜାର ୮୨୧ ଜଣଙ୍କ ଚିକିତ୍ସା ଜାରି ରହିଛି।