ଆଇଟିଡିଏ ପକ୍ଷରୁ ପୋଷାକ ସିଲେଇ ତାଲିମ୍ କେନ୍ଦ୍ର ଉଦ୍‌ଘାଟିତ

କନ୍ଧମାଳ,ବାଲିଗୁଡ଼ା,ଏନ୍‌ଏନ୍‌ଏସ୍‌: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ରେବୀଙ୍ଗିଆ ପଞ୍ଚାୟତ ସକ୍ଷତମାସ୍କା ଗ୍ରାମରେ ପୋଷାକ ସିଲେଇ ତାଲିମ୍ କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନନ୍ଦିନୀ ମଲ୍ଲିକ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥିଭାବେ ପିଆଇଟିଡିଏ କୃପାସିନ୍ଧୁ ବେହେରା, ପ୍ରକଳ୍ପ ପ୍ରବନ୍ଧକ ସମୀରନ ନାୟକ, କୃଷି ବିଶେଷଜ୍ଞ ରାଜେଶ ପ୍ରଧାନ, ସାମାଜିକ ଓ ଅନୁଷ୍ଠାନ ଜୀବିକା ବିଶେଷଜ୍ଞ ଜଗମୋହନ ପୃଷ୍ଟି ଉପସ୍ଥିତ ଥିଲେ । ପ୍ରଥମ ପର୍ଯ୍ୟାୟରେ ଭାରତମାତା ଉତ୍ପାଦକ ସ୍ୱୟଂ ସହାୟକ ଗୋଷ୍ଠୀର ୫୦ ଜଣ ମହିଳାଙ୍କୁ ପୋଷାକ ସିଲେଇ ଶିଖିବା ନେଇ ତାଲିମ୍ ଦିଆଯିବାର ବ୍ୟବସ୍ଥା କରାଯାଇଛି । ଫଳରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିବାସୀ ମହିଳା ଆର୍ôଥକ ସ୍ୱାବାଲମ୍ବୀ ହୋଇପାରିବେ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଜୀବିକା ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ ଓ ଜନାଥନ ଦିଗାଲ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ପ୍ରଶିକ୍ଷକ ସନ୍ୟାସୀ ଦିଗାଲ ଉପସ୍ଥିତ ଥିଲେ ।