ଚକାପାଦ,ଏନ୍ଏନ୍ଏସ୍ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଶଙ୍କରାଖୋଲ ମାର୍କେଟ କମ୍ପେକ୍ସରେ ଥିବା ଏକ ମୋବାଇଲ୍ ଦୋକାନରୁ ଚୋରି ହୋଇଛି। ଏନେଇ ଦୋକାନ ମାଲିକ ସନ୍ତୋଷ କୁମାର ଚିନାରା ଟିକାବାଲି ଥାନାରେ ଏକ ଏତଲା ଦେଇଛନ୍ତି। ଏତଲା ଅନୁସାରେ, ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି। । ପୁଲିସ୍ ସନ୍ଧାନୀ କୁକୁର ଦ୍ୱାରା ତଦନ୍ତ ଆରମ୍ଭ କରିବା ସହିତ ସନ୍ଦେହରେ ୨ ଜଣକୁ ଅଟକ ରଖି ପଚରାଉଚରା କରିଛି। ସେହିଭଳି ପୂର୍ବରୁ ଉକ୍ତ ଦୋକାନ ଓ କିଓସ୍କ ବ୍ୟାଙ୍କରେ ମଧ୍ୟ ଚୋରି ହୋଇଥିଲା ।