ଗୋଛାପଡ଼ା,ଏନ୍ଏନ୍ଏସ୍: ଅନ୍ୟଏକ ମାମଲାର ତଦନ୍ତ ପାଇଁ ଅବକାରୀ ବିଭାଗର କର୍ମଚାରୀମାନେ ଯାଉଥିବା ବେଳେ ଫିରିଙ୍ଗିଆ ବ୍ଲକ କାଳିପଙ୍ଗା ଛକରେ ବସକୁ ଅପେକ୍ଷା କରିଥିବା ୨ ଜଣ ବ୍ୟକ୍ତିଙ୍କୁ ସନ୍ଦେହରେ ତନଖୀ କରି ସେମାନଙ୍କ ଠାରୁ ୨୧ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ କାଳିପଙ୍ଗା ଅଞ୍ଚଳର ପାଇକ ସାହୁ ଓ ପଲସପଦର ଗ୍ରାମର ବିଦୂର ନାୟକ ବୋଲି ଅବକାରୀ ଏସଆଇ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି। ଏନେଇ ଏକ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି।