ରାଜ୍ୟରେ ସୁସ୍ଥ ହେଲେ ଆଉ ୩୨୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ଏନ୍ଏନ୍ଏସ୍: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩୨୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩୨୨୯୭୨ରେ ପହଞ୍ଚିଛି।

 

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୬୬ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩୬, ଖୋର୍ଦ୍ଧାରୁ ୩୦, କଟକରୁ ୨୦, ପୁରୀରୁ ୧୯, ନୂଆପଡାରୁ ୧୭, ବାଲେଶ୍ୱରରୁ ୧୪, ସମ୍ବଲପୁରରୁ ୧୪, କେନ୍ଦ୍ରାପଡାରୁ ୧୧, ବରଗଡ଼ରୁ ୧୦, ଜଗତସିଂହପୁରରୁ ୧୦, ଯାଜପୁରରୁ, ୧୦, କଳାହାଣ୍ଡିରୁ ୯, ବଲାଙ୍ଗିରିରୁ ୮, ଝାରସୁଗୁଡାରୁ ୬, ଢେଙ୍କାନାଳରୁ ୫, ଗଞ୍ଜାମରୁ ୩, କେନ୍ଦୁଝରରୁ ୩, ମାଲକାନଗିରିରୁ ୩, ନୟାଗଡରୁ ୩, ଦେବଗଡରୁ ୨, ଭଦ୍ରକରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ଜଣ ସୁସ୍ଥ ହୋଇଛନ୍ତି।