ରାତି ଡ୍ୟୁଟି ଭତ୍ତା ଉଚ୍ଛେଦ ପ୍ରତିବାଦରେ ଷ୍ଟେସନ୍ ମାଷ୍ଟରଙ୍କ ଅନଶନ

କୋରାପୁଟ,ଏନ୍ଏନ୍ଏସ୍: ରେଳବାଇରେ କାର୍ଯ୍ୟରତ ଷ୍ଟେସନ ମାଷ୍ଟରମାନଙ୍କୁ ମିଳୁଥିବା ରାତି ଡ୍ୟୁଟି ଭତ୍ତା ବା ନାଇଟ୍ ଡ୍ୟୁଟି ଆଲାଉନ୍ସ(ଏନଡିଏ) କେନ୍ଦ୍ର ସରକାର ଉଚ୍ଛେଦ କରିବା ନିଷ୍ପତି ପ୍ରତିବାଦରେ ଆଜି କୋରାପୁଟ ଷ୍ଟେସନ୍ ମାଷ୍ଟର ସଂଘ ୧୨ ଘଣ୍ଟିଆ ଅନଶନ କରିଛି। ଅଲଇଣ୍ଡିଆ ଷ୍ଟେସନ୍ ମାଷ୍ଟର ଏସୋସିଏସନ୍ (ଏଆଇଏସଏମଏ)ର ଆହ୍ୱାନ କ୍ରମେ କୋରାପୁଟ ଜିଲ୍ଲା ସଂଘ ଅନଶନରେ ବସିଥିବା ଷ୍ଟେସନ ମାଷ୍ଟର ନରେନ୍ଦ୍ର କୁମାର ଭିତିରିଆ ସୂଚନା ଦେଇଛନ୍ତି। କୋରାପୁଟର ଷ୍ଟେସନ୍ ମାଷ୍ଟର ନରେନ୍ଦ୍ର କୁମାର ଭିତିରିଆ, ଶଶିକାନ୍ତ ଦାଶ, ସୂଦର୍ଶନ ଶଂଖୁଆ, ଏ.ଶ୍ରୀନିଭାସ୍, ଯୋଗେନ୍ଦ୍ର ନାଥ ମାଝୀ ପ୍ରମୁଖ ଅନଶନରେ ବସିଛନ୍ତି।